ଦେଶରେ କୋରୋନା ମାମଲାର ୬୫ ଲକ୍ଷ ପାର, ୨୪ ଘଂଟାରେ ୭୫ ହଜାର ୮୨୯ ନୂଆ ରୋଗୀ, ୯୪୦ ମୃତ | News Room Odisha

ଦେଶରେ କୋରୋନା ମାମଲାର ୬୫ ଲକ୍ଷ ପାର, ୨୪ ଘଂଟାରେ ୭୫ ହଜାର ୮୨୯ ନୂଆ ରୋଗୀ, ୯୪୦ ମୃତ

ନୂଆଦିଲ୍ଲୀ – ଦେଶରେ ମୋଟ କୋରୋନା ମାମଲା ୬୫ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୭୫ ହଜାର ୮୨୯ ରୋଗୀ । ଏଥିସହ ଭାରତରେ ମୋଟ କୋରୋନା ମାମଲା ୬୫ ଲକ୍ଷ ୪୯ ହଜାର ୩୭୩କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ପ୍ରାଣ ହରାଇଛନ୍ତି ୯୪୦ ରୋଗୀ । ପ୍ରଥମ ଥର ପାଇଁ ଗତ କିଛି ଦିନ ମଧ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାରରୁ ତଳେ ରହିଛି । କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧ ହଜାର ୭୮୨କୁ ବୃଦ୍ଧି ପାଇଛି । ଦେଶରେ ବର୍ତମାନ ସୁଦ୍ଧା ୫୫ ଲକ୍ଷ ୯ ହଜାର ୯୬୬ ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ୯ ଲକ୍ଷ ୩୭ ହଜାର ୬୨୫ ରହିଛି

COVID-19