ଦେଶରେ ୬୬ ଲକ୍ଷ ପାର କଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଂଟାରେ ୭୪ ହଜାର ୪୪୨ ନୂଆ ପଜିଟିଭ ଚିହ୍ନଟ | News Room Odisha

ଦେଶରେ ୬୬ ଲକ୍ଷ ପାର କଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଂଟାରେ ୭୪ ହଜାର ୪୪୨ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ – ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ବୃଦ୍ଧି ପାଇଛି । ଦିନକରେ କୋରୋନାରେ ପ୍ରାଣ ହରାଇଛନ୍ତି ୯୦୩ ଜଣ ଲୋକ । ୨୪ ଘଂଟାରେ ୭୪ ହଜାର ୪୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁ୍‌ସ୍ଥ ହୋଇଛନ୍ତି ୫୫ ଲକ୍ଷ ୮୬ ହଜାର ୭୦୩ । ୯ ଲକ୍ଷ ୩୪ ହଜାର ୪୨୭ ଜଣ ଚିକିତ୍ସାଧୀନ ଅଛନ୍ତି ।

COVID-19