କରୋନା ଅପଡେଟ୍‌: ଭାରତରେ ୨୬,୬୨୪ ନୂଆ ରୋଗୀ | News Room Odisha

କରୋନା ଅପଡେଟ୍‌: ଭାରତରେ ୨୬,୬୨୪ ନୂଆ ରୋଗୀ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । କ୍ରମାଗତ ସପ୍ତମ ଦିନ ଧରି ଦେଶରେ ନୂଆ ମାମଲା ୩୦ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୨୬,୬୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗରେ ଆଉ ୩୪୧ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦିନକରେ ଏହି ମହାମାରୀରୁ ଆଉ ୨୯,୬୯୦ ଲୋକ ସୁସ୍ଥ ବି ହୋଇଛନ୍ତି । ଭାରତରେ ଏବେ କରୋନା ସଂକ୍ରମଣ ୧ କୋଟି ଟପିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏବେ ମୋଟ ମାମଲା ୧ କୋଟି ୩୧ ହଜାରକୁ ବୃଦ୍ଧି ପାଇଛି । ଆମେରିକା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତରେ କରୋନା ସଂକ୍ରମଣ ୧ କୋଟି ଟପିଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ୧ ଲକ୍ଷ ୪୫ ହଜାର ୪୭୭ ହୋଇଛି । ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେ କେବଳ ୩ ଲକ୍ଷ ୫ହଜାର ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀ ରହିଛନ୍ତି । ଦେଶରେ କରୋନାରୁ ଏଯାବତ ୯୫ ଲକ୍ଷ ୮୦ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି ।

COVID-19