ଦେଶରେ ୮୬ ହଜାର ୫୦୮ ନୂଆ କୋରୋନା ଆକ୍ରାନ୍ତ, ୯୧ ହଜାର ଟପିଲା ମୃତ୍ୟୁସଂଖ୍ୟା, ସୁସ୍ଥହାର ୮୧ ଦଶମିକ ୫୫ ପ୍ରତିଶତ | News Room Odisha

ଦେଶରେ ୮୬ ହଜାର ୫୦୮ ନୂଆ କୋରୋନା ଆକ୍ରାନ୍ତ, ୯୧ ହଜାର ଟପିଲା ମୃତ୍ୟୁସଂଖ୍ୟା, ସୁସ୍ଥହାର ୮୧ ଦଶମିକ ୫୫ ପ୍ରତିଶତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟାରେ ୮୬ ହଜାର ୫୦୮ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଂଚିଛି । ତେବେ ସକ୍ରିୟ ମାମଲା ୯ ଲକ୍ଷ ୬୬ ହଜାର ୩୮୨ ରହିଛି । ବଡ କଥା ହେଲା ୪୬ ଲକ୍ଷ ୭୪ ହଜାର ୯୮୭ ଲୋକ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ କୋରୋନା ସୁସ୍ଥ ହାର ୮୧ ଦଶମିକ ୫୫ ପ୍ରତିଶତ ରହିଛି । ବିଶ୍ୱ କୋରୋନା ସୁସ୍ଥ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ବି ବଢିଚାଲିଛି । ଗତ ୨୪ ଘଂଟାରେ ୧ ହଜାର ୧୨୯ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଏ ଯାଏଁ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୯୧ ହଜାର ୧୪୯କୁ ବୃଦ୍ଧି ପାଇଛି ।