ଭାରତରେ କୋରୋନା ମାମଲା ୫୮ ଲକ୍ଷ ପାର୍‌, ମୃତ୍ୟୁସଂଖ୍ୟା ୯୨ ହଜାର ଟପିଲା | News Room Odisha

ଭାରତରେ କୋରୋନା ମାମଲା ୫୮ ଲକ୍ଷ ପାର୍‌, ମୃତ୍ୟୁସଂଖ୍ୟା ୯୨ ହଜାର ଟପିଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋରୋନାର ୮୬ ହଜାର ୫୨ଟି ନୂଆ ମାମଲା ଆସିଛି । ଫଳରେ ଭାରତରେ ମୋଟ କୋଭିଡ ମାମଲା ୫୮ ଲକ୍ଷ ୧୮ ହଜାର ୫୭୦କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧ ହଜାର ୧୪୧ ଜଣ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏଥିସହ ଏ ଯାବତ ଦେଶରେ ମୃତ୍ୟୁସଂଖ୍ୟା ୯୨ ହଜାର ୨୯୦କୁ ବୃଦ୍ଧି ପାଇଛି । ଦେଶରେ ବର୍ତମାନ ସକ୍ରିୟ କୋରୋନା ମାମଲା ୯ ଲକ୍ଷ ୭୦ ହଜାର ୧୧୬ ଥିଲା ବେଳେ ୪୭ ଲକ୍ଷ ୫୬ ହଜାର ୧୬୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।