ରାଜ୍ୟରେ ୩ ହଜାର ୯୨୨ ନୂଆ କୋରୋନା ପଜିଟିଭ ଚିହ୍ନଟ, ଖୋର୍ଧାରୁ ସର୍ବାଧିକ ୮୧୮ | News Room Odisha

ରାଜ୍ୟରେ ୩ ହଜାର ୯୨୨ ନୂଆ କୋରୋନା ପଜିଟିଭ ଚିହ୍ନଟ, ଖୋର୍ଧାରୁ ସର୍ବାଧିକ ୮୧୮

ଭୁବନେଶ୍ୱର – ବେଶ୍ କିଛି ଦିନ ରାଜ୍ୟରେ ଦୈନନ୍ଦିନ କୋରୋନା ସଂକ୍ରମଣ ସଂଖ୍ୟା ୪ ହଜାରରୁ ତଳକୁ ଖସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଂଟାରେ ୩ ହଜାର ୯୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୮୧୮ ଜଣ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୩୮୦, କେନ୍ଦୁଝର ଜିଲ୍ଲାରୁ ୨୧୨, ଅନୁଗୁଳ ଜିଲ୍ଲାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରୁ ପୁରୀରୁ ୧୮୪, ବରଗଡରୁ ୧୫୪, ମୟୂରଭଂଜରୁ ୧୪୯, ଜଗତସିଂହପୁରରୁ ୧୨୩, ସମ୍ବଲପୁରରୁ ୧୧୭, ନୂଆପଡାରୁ ୧୧୪, କେନ୍ଦ୍ରାପଡାରୁ ୧୦୭, ଝାରସୁଗୁଡାରୁ ୧୦୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୩୭୪ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୭୦ ହଜାର ୧୯୩ ରୋଗୀ । ଏବେ ବି ୩୮ ହଜାର ୩୩୧ ରୋଗୀ ଚିକିତ୍ସାଧିନ ଅଛନ୍ତି ।

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।