ରାଜ୍ୟରେ ୩ ହଜାର ୬୧୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ | News Room Odisha

ରାଜ୍ୟରେ ୩ ହଜାର ୬୧୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୭୧

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ହଜାର ୬୧୫ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ ସେଂଟରରୁ ୨ ହଜାର ୧୧୮ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୯୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମଣ ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୭୧, କଟକରୁ ୩୭୧, ପୁରୀରୁ ୧୯୭, ଅନୁଗୁଳରୁ ୧୮୮ , ଯାଜପୁରରୁ ୧୪୪, ବାଲେଶ୍ୱରରୁ ୯୬, ବରଗଡରୁ ୮୬, ଭଦ୍ରକରୁ ୬୧, ବଲାଙ୍ଗିରରୁ ୮୧, ଢେଙ୍କାନାଳରୁ ୬୦, ଜଗତସିଂହପୁରରୁ ୮୩, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୦୬, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୧୦୯, ମାଲକାନଗିରିରୁ ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧ ଲକ୍ଷ ୮୫ ହଜାର ୭ ଶହ କୋରୋନାରୁ ସୁସ୍ଥ ହୋଇଥିବା ବେଳେ ୩୬ ହଜାର ୧୨୨ ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣ ପ୍ରାଣ ହରାଇବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି ।