ରାଜ୍ୟରେ ୨୪ ଘଂଟାରେ ୩ ହଜାର ୩୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୩୮ | News Room Odisha

ରାଜ୍ୟରେ ୨୪ ଘଂଟାରେ ୩ ହଜାର ୩୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୩୮

ଭୁବନେଶ୍ୱର- ରାଜ୍ୟରେ ଆଉ ୩ ହଜାର ୩୨୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୩୮, କଟକରୁ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୪୮, ନୂଆପଡାରୁ ୧୪୭, ପୁରୀରୁ ୧୪୦, ମୟୂରଭଂଜରୁ ୧୩୧ ଓ ବାଲେଶ୍ୱରରୁ ୧୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଅନୁଗୁଳରୁ ୧୧୯, ଝାରସୁଗୁଡାରୁ ୧୦୭, କେନ୍ଦ୍ରାପଡାରୁ ୧୦୩, ବଲାଙ୍ଗିରରୁ ୧୦୩, କେନ୍ଦୁଝରରୁ ୧୦୧ , ବରଗଡରୁ ୯୪, ସୁନ୍ଦରଗଡରୁ ୯୩ ଓ ଢେଙ୍କାନାଳରୁ ୮୫, ଜଗତସିଂହପୁରରୁ ୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ରେ ପହଂଚିଥିବା ବେଳେ ୧ ଲକ୍ଷ ୯୮ ହଜାର ୧୯୪ ଜଣ ସୁସ୍ଥ ହୋଇସାରିଲେଣି । ୩୩ ହଜାର ୫୫୯ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି । ସେପଟେ କୋରୋନାରେ ଦିନକରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।