ରାଜ୍ୟରେ ହ୍ରାସ ପାଉଛି କୋରୋନା ସଂକ୍ରମଣ, ୨୪ ଘଂଟାରେ ୨ ହଜାର ୮୫୪ ନୂଆ ମାମଲା, ୪ ଶହ ତଳକୁ ଖସିଲା ଖୋର୍ଧା ଜିଲ୍ଲାର ଦୈନିକ ସଂକ୍ରମଣ | News Room Odisha

ରାଜ୍ୟରେ ହ୍ରାସ ପାଉଛି କୋରୋନା ସଂକ୍ରମଣ, ୨୪ ଘଂଟାରେ ୨ ହଜାର ୮୫୪ ନୂଆ ମାମଲା, ୪ ଶହ ତଳକୁ ଖସିଲା ଖୋର୍ଧା ଜିଲ୍ଲାର ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨ ହଜାର ୮୫୪ ମାମଲା ଆସିଛି । ସଂଗରୋଧରୁ ୧ ହଜାର ୬୫୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି୧ ହଜାର ୧୯୫ । ଖୋର୍ଧା ଜିଲ୍ଲାର ଦୈନିକ ସଂକ୍ରମଣ ୪ ଶହରୁ ତଳକୁ ଖସିଛି । ଦିନକରେ ଏହି ଜିଲ୍ଲାରୁ ୩୯୩, କଟକରୁ ୨୪୪, ସୁନ୍ଦରଗଡରୁ ୧୪୩, ଅନୁଗୁଳରୁ ୧୩୧, ମୟୂରଭଂଜରୁ ୧୨୭, ବାଲେଶ୍ୱରରୁ ୧୧୬, ପୁରୀ ଜିଲ୍ଲାରୁ ୧୧୪, ସମ୍ବଲପୁରରୁ ୧୦୫, ଯାଜପୁରରୁ ୯୯, ନବରଂଗପୁରରୁ ୯୨ ଓ ନୂଆପଡାରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୯ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୬୯୩ରେ ପହଂଚିଛି । ଏଥିରୁ ୨ ଲକ୍ଷ ୨୦ ହଜାର ୩୮୮ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮ ହଜାର ୨୪୬ ରହିଛି ।

COVID-19