ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ କୋରୋନା ପଜିଟିଭ ଚିହ୍ନଟ, ୩ ହଜାର ୯୯୧ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୬୮୭ | News Room Odisha

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ କୋରୋନା ପଜିଟିଭ ଚିହ୍ନଟ, ୩ ହଜାର ୯୯୧ ନୂଆ ରୋଗୀ, ଖୋର୍ଧା ଜିଲ୍ଲାରୁ ୬୮୭

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ରେକର୍ଡ ୩ ହଜାର ୯୯୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨ ହଜାର ୩୧୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୩୯୨, ପୁରୀରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବରଗଡରୁ ୧୬୯, ବଲାଙ୍ଗିରରୁ ୧୮୦, ଯାଜପୁରରୁ ୧୪୮, ମୟୂରଭଂଜରୁ ୧୬୦, କୋରାପୁଟରୁ ୧୨୭, କେନ୍ଦ୍ରାପଡାରୁ ୧୪୭, ଜଗତସିଂହପୁରରୁ ୧୦୯, ଢେଙ୍କାନାଳରୁ ୧୦୧, ନବରଂଗପୁରରୁ ୧୨୫, ସମ୍ବଲପୁରରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୫ ନୂଆ ଆକ୍ରାନ୍ତ ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୨ ହଜାର ୯୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ବି ୩୩ ହଜାର ୧୮୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।