ରାଜ୍ୟରେ ୪ ହଜାର ୧୮୯ ନୂଆ କୋରୋନା ରୋଗୀ, ଖୋର୍ଧାରୁ ୭୧୨ ଓ କଟକରୁ ୫୮୬, ୧୧ କୋରୋନା ରୋଗୀଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ୪ ହଜାର ୧୮୯ ନୂଆ କୋରୋନା ରୋଗୀ, ଖୋର୍ଧାରୁ ୭୧୨ ଓ କଟକରୁ ୫୮୬, ୧୧ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ଆଉ ୪ ହଜାର ୧୮୯ କୋରୋନା ଆକ୍ରାନ୍ତ । କ୍ୱାରେଂଟାଇନରୁ ୨ ହଜାର ୪୫୩ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ ଓ କଟକ ଜିଲ୍ଲାରୁ ୫୮୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୨୦୧, ଯାଜପୁରରୁ ୧୮୭,  ମୟୂରଭଂଜରୁ ୧୭୪, ବାଲେଶ୍ୱରରୁ ୧୫୦, ବରଗଡରୁ ୧୨୮, କେନ୍ଦ୍ରାପଡାରୁ ୧୨୬, ସମ୍ବଲପୁରରୁ ୧୧୩, କଳାହାଣ୍ଡିରୁ ୧୦୫ ଓ ଜଗତସିଂହପୁର ଜିଲ୍ଲାରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୪୯ ହଜାର ୩୭୯ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ହଜାର ୧୫୮ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଗତ ୨୪ ଘଂଟାରେ ୧୧ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି ।