ରାଜ୍ୟରେ ଆଉ ୪ ହଜାର ୩୪୦ ନୂଆ କୋରୋନା ଆକ୍ରାନ୍ତ, ୧୬ ମୃତ, ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି | News Room Odisha

ରାଜ୍ୟରେ ଆଉ ୪ ହଜାର ୩୪୦ ନୂଆ କୋରୋନା ଆକ୍ରାନ୍ତ, ୧୬ ମୃତ, ମୃତ୍ୟୁସଂଖ୍ୟା ୭୫୨କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ୩୪୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୫୧୭ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୮୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୫୩ , କଟକରୁ ୫୬୭ ଓ ପୁରୀ ଜିଲ୍ଲାରୁ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୯୩, ଝାରସୁଗୁଡାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୁଳରୁ ୧୫୫, ଯାଜପୁରରୁ ୧୫୧, କନ୍ଧମାଳରୁ ୧୪୩, ନବରଂଗପୁରରୁ ୧୪୩, ସୁନ୍ଦରଗଡରୁ ୧୩୮, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ମୟୂରଭଂଜରୁ ୧୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଅପେକ୍ଷାକୃତ ଟିକେ ଅଧିକ ୯୦ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଥିବା ବେଳେ ୧ ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇସାରିଲେଣି । ବର୍ତମାନ ୩୮ ହଜାର ୮୧୮ଟି ସକ୍ରିୟ ମାମଲା ରହିଛି । ଦିନକରେ ୧୬ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୭୫୨ରେ ପହଂଚିଛି ।