କୋରୋନା ପ୍ରକୋପ : ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୭ ହଜାର ୫୪୯, ଆମେରିକାରେ ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ୍ | News Room Odisha

କୋରୋନା ପ୍ରକୋପ : ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୭ ହଜାର ୫୪୯, ଆମେରିକାରେ ସର୍ବାଧିକ, ଦ୍ୱିତୀୟ ସ୍ଥାନରେ ବ୍ରାଜିଲ୍

ନୂଆଦିଲ୍ଲୀ – ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୮ ଲକ୍ଷ ୮୭ ହଜାର ୫୪୯ରେ ପହଂଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୭ କୋଟି ୨ ଲକ୍ଷ ୮୮ ହଜାର ୫୮୫ । ଆମେରିକାରେ ସର୍ବାଧିକ ୬୪ ଲକ୍ଷ ୬୦ ହଜାର ୨୫୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ କୋରୋନାରେ ଏ ଯାଏଁ ୧ ଲକ୍ଷ ୯୩ ହଜାର ୨୫୦ ଜଣ ପ୍ରାଣ ହରାଇସାରିଲେଣି । ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୨୬ ହଜାର ୬୮୬କୁ ବୃଦ୍ଧି ପାଇଛି । ଋଷିଆରେ ପ୍ରାଣ ହରାଇଛନ୍ତି ୧୭ ହଜାର ୮୨୦ । ପେରୁରେ ୨୯ ହଜାର ୮୩୮ ଲୋକ ପ୍ରାଣ ହରାଇଛନ୍ତି ।