କରୋନା ଅପଡେଟ୍: ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ | News Room Odisha

କରୋନା ଅପଡେଟ୍: ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ନୂଆଦିଲ୍ଲୀ – ଭାରତରେ କ୍ରମାଗତ ପଞ୍ଚମ ଦିନ ପାଇଁ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୬,୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଭଲ ଖବର ହେଉଛି ସଂକ୍ରମିତଙ୍କ ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଦିନକରେ ଏହି ରୋଗରୁ ଆଉ ୪୨,୯୧୬ ଲୋକ ସୁସ୍ଥ ହୋଇଛନ୍ତି । ଏହି ମହାମାରୀରେ ଗତ ୨୪ ଘଣ୍ଟାରେ ୫୪୦ ଲୋକ ପ୍ରାଣ ହରାଇଛନ୍ତି । ଭାରତରେ ଶୁକ୍ରବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାରେ ପହଞ୍ଚିଛି । ଏହି ଘାତକ ରୋଗରେ ଏଯାବତ ୧ ଲକ୍ଷ ୩୯ ହଜାର ୧୮୮ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରିି ସୁସ୍ଥ ହାର କ୍ରମାଗତ ବଢି ଚାଲିଛି । ଦେଶରେ ଏବେ ସୁଦ୍ଧା ଏହି ରୋଗରୁ ୯୦ ଲକ୍ଷ ୧୬ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଦେଶରେ ମୋଟ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୧୬ ହଜାରକୁ ଖସିଛି ।

COVID-19