ଟିକାକରଣ ନିୟମରେ ପରିବର୍ତ୍ତନ, କରୋନା ସଂକ୍ରମିତ ହୋଇଥିଲେ ତିନି ମାସ ପରେ ଦିଆଯିବ ଟିକା ଓ ବୁଷ୍ଟର ଡୋଜ୍ | News Room Odisha

ଟିକାକରଣ ନିୟମରେ ପରିବର୍ତ୍ତନ, କରୋନା ସଂକ୍ରମିତ ହୋଇଥିଲେ ତିନି ମାସ ପରେ ଦିଆଯିବ ଟିକା ଓ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଏଣିକି କରୋନା ସଂକ୍ରମିତ ହେବାର ତିନିମାସ ପରେ ଟିକା ଦିଆଯିବ | ଏହି ନିୟମ କରୋନା ଟିକାକରଣର ପ୍ରଥମ ଓ ଦ୍ବିତୀୟ ଡୋଜ୍ ସହ ବୁଷ୍ଟର ଡୋଜ୍ ପାଇଁ ମଧ୍ୟ ଲାଗୁ ହେବ |

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସେ, ତେବେ ରିପୋର୍ଟ ନେଗେଟିଭ ହେବାର ତିନି ମାସ ପରେ ତାଙ୍କୁ କରୋନା ଟିକା ଦିଆଯିବା ଉଚିତ୍। ଏହି ନିୟମ ବୁଷ୍ଟର ଡୋଜ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ |

ବୈଜ୍ଞାନିକ ଅନୁସନ୍ଧାନକୁ ଆଧାର କରି ନିୟମକୁ ପରିବର୍ତ୍ତନ କରାଯାଇଛି ବୋଲି କେନ୍ଦ୍ର ନିଜ ଚିଠିରେ କହିଛି। ଦେଶରେ ଜାନୁୟାରୀ ୩ ରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଥିଲା | ଏଥି ସହିତ, ଜାନୁଆରୀ ୧୦ରୁ ବୟସ୍କ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ କରାଯାଇଥିଲା | ଏହି ବିଷୟରେ ନିୟମ ପରିବର୍ତ୍ତନ କରାଯାଇଛି |