କୋଭିଡ ଟିକା : ଭାରତକୁ ସ୍ପୁଟନିକ-ଭି ଟିକାର ୧୦୦ ମିଲିଅନ ଡୋଜ୍ ଯୋଗାଇବ ରୁଷିଆ, ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅନୁମତିକୁ ଅପେକ୍ଷା | News Room Odisha

କୋଭିଡ ଟିକା : ଭାରତକୁ ସ୍ପୁଟନିକ-ଭି ଟିକାର ୧୦୦ ମିଲିଅନ ଡୋଜ୍ ଯୋଗାଇବ ରୁଷିଆ, ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଅନୁମତିକୁ ଅପେକ୍ଷା

ମସ୍କୋ – ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆର ଅନୁମୋଦନ ପରେ ରୁଷିଆ କୋଭିଡ ଟିକା ସ୍ପୁଟନିକ –ଭି ଭାରତରେ ଡକ୍ଟର ରେଡ୍ଡିସ୍ ଲାବୋରେଟୋରୀକୁ ୧୦୦ ମିଲିଅନ ଡୋଜ୍‌ ଯୋଗାଇବ । ରୁଷିଆ ଖୁବ ଶୀଘ୍ର ଆଂଚଳିକ ଭିତିରେ ଏହିି ଟିକା ବିତରଣ କରିବାକୁ ଲକ୍ଷ ରଖିଛି । ରେଗୁଲେଟୋରୀ ଅଫ୍ ଇଣ୍ଡିଆର ଅନୁମତି ମିଳିଲେ ରୁଷିଆ ଭାରତକୁ ସ୍ପୁଟନିକ୍ –ଭି ଟିକାର ୧୦୦ ମିଲିଅନ ଡୋଜ୍ ଦେବାକୁ ପ୍ରସ୍ତୁତ ଥିବା ସେ ଦେଶରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଭାରତରେ ଏହି ଟିକା ପ୍ରସ୍ତୁତ ପାଇଁ ରୁଷିଆର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି-ଆରଡିଆଇଏଫ୍ ଚାରି ଭାରତୀୟ କଂପାନି ସହ ଆଲୋଚନା ଜାରି ରଖିଛି ।

COVID-19 Vaccine