କଟକ ଜଗତପୁର କୋଭିଡ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ଆଦେଶ ଦେଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ୨୪ ଘଂଟାରେ ଯାଂଚ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ | News Room Odisha

କଟକ ଜଗତପୁର କୋଭିଡ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ଆଦେଶ ଦେଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ୨୪ ଘଂଟାରେ ଯାଂଚ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର- କଟକ ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଘଟଣାର ଯାଂଚ କରିବେ । ଘଟଣାର ତଦନ୍ତ ରିପୋର୍ଟ ୨୪ ଘଂଟା ମଧ୍ୟରେ ଦାଖଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅଗ୍ନି ନିରାପତା ପ୍ରମାଣପତ୍ର ଥିଲେ ପୁଣି ହସପିଟାଲ ଖୋଲିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି । ରୋଗୀ ସ୍ଥାନାନ୍ତରଣ ଦାୟିତ୍ୱ କଟକ ସିଡିଏମଓ ଏବଂ ବରିଷ୍ଠ ଡାକ୍ତର ନେବେ । ନିଆଯାଇଥିବା ପଦକ୍ଷେପ ସଂପର୍କରେ ଯଥାଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।