ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ସଭାପତି ନିର୍ବାଚନ ପ୍ରକ୍ରିୟାକୁ ମିଳିପାରେ ମଞ୍ଜୁରି | News Room Odisha

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ସଭାପତି ନିର୍ବାଚନ ପ୍ରକ୍ରିୟାକୁ ମିଳିପାରେ ମଞ୍ଜୁରି

ନୂଆଦିଲ୍ଲୀ: କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି)ର ବୈଠକ ଆଜି ବସୁଛି । ଏଥିରେ ଦଳର ସଭାପତି ନିର୍ବାଚନ ସହ ଜଡ଼ିତ କାର୍ଯ୍ୟକ୍ରମକୁ ଅନୁମୋଦନ କରାଯିବା ସମ୍ଭାବନା ରହିଛି ।

ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟକ୍ରମକୁ ଅନୁମୋଦନ କରିବା ସହିତ ଅପରାହ୍ନ ୩:୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନଲାଇନ୍ ବୈଠକରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଭରସା ପ୍ରକଟ କରାଯାଇପାରେ। ଦଳରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପ୍ରସଙ୍ଗରେ ଏହା ମହତ୍ତ୍ୱପୂର୍ଣ୍ଣ ହେବ।

ଆଜାଦ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାଁରେ କଂଗ୍ରେସ ନେତୃତ୍ୱ ପ୍ରତାରଣା କରୁଛନ୍ତି। ଏଥିସହ ସେ ରାହୁଲ ଗାନ୍ଧୀଙ୍କୁ “ଅପରିପକ୍ୱ ଏବଂ ପିଲାଳିଆ” ଆଚରଣ କରିଥିବା ଅଭିଯୋଗ କରିଥିଲେ ।

ତେବେ ଆଜାଦଙ୍କୁ ପାଲଟା ଆକ୍ରମଣ କରି ସେ ବିଶ୍ୱାସଘାତକତା କରିଛନ୍ତି ବୋଲି ଅଭିଯୋଗ କରି ତାଙ୍କର ଡିନ୍ଏ ମୋଦୀମୟ ହୋଇଯାଇଛି ବୋଲି କହିଥିଲା।

ଗୁରୁତ୍ୱପୂର୍ଣ୍ଣ ସିଡବ୍ଲୁସି ବୈଠକ ପୂର୍ବରୁ କଂଗ୍ରେସ ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ ସଭାପତି ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବା ପାଇଁ ଧାର୍ଯ୍ୟ ବୈଠକ ତୁଳନାରେ କିଛି ସପ୍ତାହ ବିଳମ୍ବ ହୋଇପାରେ । କାରଣ ଏହି ସମୟରେ ଦଳର ଧ୍ୟାନ ‘ଭାରତ ଯୋଡୋ ଯାତ୍ରା’ ଉପରେ ରହିଛି। ଏବଂ ଦଳର କିଛି ରାଜ୍ୟ ସଂଘ ଆବଶ୍ୟକୀୟ ଔପଚାରିକତା ପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି।

ଗତ ବର୍ଷ ସିଡବ୍ଲୂସି ଦ୍ଵାରା ଅନୁମୋଦିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ।

ସିଡବ୍ଲୁସି ଗତ ବର୍ଷ ନିଷ୍ପତ୍ତି ନେଇଥିଲା ଯେ ବ୍ଲକ କମିଟି ପାଇଁ ନିର୍ବାଚନ ଏପ୍ରିଲ ୧୬ ରୁ ମେ ୩୧, ଜିଲ୍ଲା କମିଟିର ସଭାପତି ଜୁନ୍ ୧ ରୁ ଜୁଲାଇ ୨୦, କଂଗ୍ରେସର ରାଜ୍ୟ ୟୁନିଟ୍ ସଭାପତି ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପାଇଁ ନିର୍ବାଚନ ହେବ। ଏଆଇସିସିର ସଦସ୍ୟମାନେ ୨୧ ଜୁଲାଇରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ଏବଂ ୨୧ ଅଗଷ୍ଟରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଆଇସିସି ସଭାପତି ଅନୁଷ୍ଠିତ ହେବ |