କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ପୁଣି ତିନି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା | News Room Odisha

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ପୁଣି ତିନି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଭାରତ ସରକାର ନିଜ ଏକ କୋଟିରୁ ଉର୍ଦ୍ଧ୍ବ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ପୁଣି ବଢ଼ାଇ ପାରନ୍ତି ‌ । ଏହା ଆଉ ୩ ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି । ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୪୫ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ପ୍ରତି ମାସରେ ଶ୍ରମ ବ୍ୟୁରୋ ଦ୍ୱାରା ପ୍ରକାଶିତ ଶିଳ୍ପ ଶ୍ରମିକ (ସିପିଆଇ-ଆଇଡବ୍ଲୁ) ଖାଉଟି ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ସ୍ଥିର କରାଯାଏ | ଶ୍ରମ ବ୍ୟୁରୋ ହେଉଛି ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ଏକ ଶାଖା |

କେନ୍ଦ୍ର କର୍ମଚାରୀ ସଂଘ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ଦାବି କରିଥିଲେ। କିନ୍ତୁ ସରକାର ଏଥିରେ ତିନି ପ୍ରତିଶତ ବୃଦ୍ଧି କରିପାରନ୍ତି। ଏହା ୪୫ ପ୍ରତିଶତ ହେବା ସମ୍ଭାବନା ଅଛି।

ବର୍ଦ୍ଧିତ ଡିଏ ଜୁଲାଇ ୧, ୨୦୨୩ରୁ ଲାଗୁ ହେବ | ସମ୍ପ୍ରତି ଏକ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ୪୧ ପ୍ରତିଶତ ଡିଏ ପାଉଛନ୍ତି। ଡିଏରେ ଶେଷ ସଂଶୋଧନ ମାର୍ଚ୍ଚ ୨୪, ୨୦୨୩ରେ କରାଯାଇଥିଲା ଏବଂ ତାହା ଜାନୁୟାରୀ ୧, ୨୦୨୩ରୁ ଲାଗୁ ହୋଇଥିଲା।