ଦାନିଶ ଅଲି-ରମେଶ ବିଧୁଡି ମାମଲାର ତଦନ୍ତ କରିବ ସ୍ବାଧୀକାର କମିଟି | News Room Odisha

ଦାନିଶ ଅଲି-ରମେଶ ବିଧୁଡି ମାମଲାର ତଦନ୍ତ କରିବ ସ୍ବାଧୀକାର କମିଟି

ନୂଆଦିଲ୍ଲୀ: ସଂସଦରେ ବହୁଜନ ସମାଜ ପାର୍ଟି (ବିଏସପି) ସାଂସଦ ଦାନିଶ ଅଲିଙ୍କ ବିରୋଧରେ ବିଜେପି ସାଂସଦ ରମେଶ ବିଧୁଡିଙ୍କ ଅଶ୍ଲୀଳ ଆଚରଣ ମାମଲାକୁ ସ୍ବାଧୀକାର କମିଟିକୁ ପଠାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।

ନିକଟରେ ସଂସଦର ସ୍ବତନ୍ତ୍ର ଅଧିବେଶନ ବେଳେ ଲୋକସଭାରେ ଚନ୍ଦ୍ରଯାନ-୩ ସଫଳତା ଉପରେ ଆଲୋଚନା ଚାଲିଥିବା ବେଳେ ବିଏସପି ସାଂସଦ ଦାନିଶ ଅଲିଙ୍କ ବିରୋଧରେ ରମେଶ ବିଧୁଡି ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ । ତାଙ୍କର ଏଭଳି ଆଚରଣ ଲାଇଭ୍ ଟିଭିରେ କଏଦ ହୋଇଥିଲା ।

ବିଧୁଡିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାନିଶ ଅଲିଙ୍କ ସହ ଅନେକ ବିରୋଧ ଦଳ ନେତା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।

ଅନ୍ୟପକ୍ଷରେ ବିଧୁଡିଙ୍କୁ ରାଜସ୍ଥାନ ନିର୍ବାଚନ ଦାୟିତ୍ୱ ଦିଆଯିବା ନେଇ ବିଜେପିକୁ ବିରୋଧୀ ସମାଲୋଚନା କରିଛନ୍ତି । ଘୃଣା ପ୍ରସାର କରିବା ପାଇଁ ବିଧୁଡିଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ବିଜେପି ତାଙ୍କୁ ପୁରସ୍କୃତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।