ଅକ୍ସଫୋର୍ଡ କୋଭିଡ ଟିକାର କ୍ଲିନିକାଲ ଟ୍ରାଏଲ ପୁଣି ଆରମ୍ଭ ପାଇଁ ସିରମକୁ ଡିସିଜିଆଇ ଅନୁମତି | News Room Odisha

ଅକ୍ସଫୋର୍ଡ କୋଭିଡ ଟିକାର କ୍ଲିନିକାଲ ଟ୍ରାଏଲ ପୁଣି ଆରମ୍ଭ ପାଇଁ ସିରମକୁ ଡିସିଜିଆଇ ଅନୁମତି

ନୂଆଦିଲ୍ଲୀ – ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଭାରତରେ ଅକ୍ସଫୋର୍ଡର କୋରୋନା ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ପାଇଁ ପୁଣି ଥରେ ଅନୁମତି ମିଳିଛି । ଭାରତର ଔଷଧ ମହାନିୟନ୍ତ୍ରକ –ଡିସିଜିଆଇ ସିରମକୁ ଏ ନେଇ ଅନୁମତି ଦେଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟିକା ବ୍ରିଟେନର ଏଷ୍ଟ୍ରେଜେନେକା ସହ ମିଳିତ ଭାବେ ପ୍ରସ୍ତୁତ କରୁଛି । ଏଷ୍ଟ୍ରେଜେନେକା ତରଫରୁ ବ୍ରିଟେନରେ ଅକ୍ସଫୋର୍ଡ ଟିକାର ଟ୍ରାଏଲ୍ ଉପରେ ରୋକ୍ ପରେ ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟିଚ୍ୟୁଟ୍ ବି ଟ୍ରାଏଲ ସ୍ଥଗିତ ରଖିଥିଲା ।