ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ୨୦୫ ମୃତଦେହ ଚିହ୍ନଟ  | News Room Odisha

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ୨୦୫ ମୃତଦେହ ଚିହ୍ନଟ 

ଭୁବନେଶ୍ବର – ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାଲେଶ୍ବର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ସମସ୍ତ ପ୍ରକାରର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରାଯାଇଛି।

ଭୁବନେଶ୍ବରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା। ଏଥିରୁ ଏପର୍ଯ୍ୟନ୍ତ ୧୧୦ଟି ଚିହ୍ନଟ କରାଯାଇଛି। ଏଗୁଡ଼ିକ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବାଲେଶ୍ବରରେ ୯୪ଟି ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଭଦ୍ରକ ମେଡିକାଲରେ ଜଣେ ଟ୍ରେନ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହ ତାଙ୍କର ପରିବାର ଲୋକଙ୍କୁ ଦିଆଯାଇଛି।

ମୃତ ୨୮୮ ଜଣଙ୍କ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇଛି। ଏଗୁଡ଼ିକ ହସ୍ତାନ୍ତର କରାଯାଇସାରିଛି। ଆହୁରି ୮୩ଟି ମୃତଦେହ ଚିହ୍ନଟ କରାଯାଇପାରି ନାହିଁ। ତେଣୁ ସେଗୁଡ଼ିକର ଡିଏନ୍‌ଏ ନମୁନା ରଖାଯାଇଛି। ସେହି ମୃତଦେହର ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି ମୁଖ୍ୟ ଶାସନ ସଚିବ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।