ଆକାର ପଟେଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ପ୍ରତ୍ୟାହାର ପାଇଁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଆକାର ପଟେଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ପ୍ରତ୍ୟାହାର ପାଇଁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟର ଆଦେଶକୁ ସମର୍ଥନ କରି ଦିଲ୍ଲୀର ଏକ କୋର୍ଟ ଆମନେଷ୍ଟି ଇଣ୍ଡିଆର ପୂର୍ବତନ ମୁଖ୍ୟ ଆକାର ପଟେଲଙ୍କ ବିରୋଧରେ ଜାରି କରାଯାଇଥିବା ଲୁକ୍ ଆଉଟ୍ ସର୍କୁଲାର୍ ତୁରନ୍ତ ପ୍ରତ୍ୟାହାର କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଡିସେମ୍ବରରେ ବୈଦେଶିକ ଯୋଗଦାନ (ନିୟନ୍ତ୍ରଣ) ଆଇନ ଉଲ୍ଲଂଘନ ଅଭିଯୋଗରେ ଆକର ପଟେଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।

ନିକଟରେ ସିବିଆଇ ଦ୍ବାରା ଜାରି କରାଯାଇଥିବା ଏକ ଲୁକଆଉଟ୍ ସର୍କୁଲାର (ଏଲ୍ଓସି) ବିରୋଧରେ ଆକାର ପଟେଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ପଟେଲଙ୍କ ବିରୋଧରେ ଏଲ୍ଓସି ପ୍ରତ୍ୟାହାର କରିବାକୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମ୍ଏମ୍)ଙ୍କ କୋର୍ଟ ସିବିଆଇକୁ କହିଥିବାବେଳେ ଏକ ସେସନ୍ସ କୋର୍ଟ କିନ୍ତୁ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଥିଲେ ।

ବିଦେଶ ଯାତ୍ରା କରିବା ପୂର୍ବରୁ ଅଦାଲତଙ୍କ ଅନୁମତି ନେବାକୁ ସେସନ୍ସ କୋର୍ଟ ଆକର ପଟେଲଙ୍କୁ କହିଥିଲେ।

ସେସନ୍ସଙ୍କ କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଆକାର ପଟେଲଙ୍କ ଦ୍ୱାରା କରାଯାଇଥିବା ଅବମାନନା ଆବେଦନ ଉପରେ ଦିଲ୍ଲୀର ଏକ କୋର୍ଟ ପୂର୍ବରୁ ସିବିଆଇକୁ ନୋଟିସ ଜାରି କରିଥିଲେ।