ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ହଟାଇବ ଆପ୍ | News Room Odisha

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ହଟାଇବ ଆପ୍

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ବିରୋଧରେ ସବୁ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ ହଟାଇବ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଉପରାଜ୍ୟପାଳ ସକ୍ସେନାଙ୍କ ବିରୋଧରେ ଆପ୍ ସରକାର ଦୁର୍ନୀତି ଅଭିଯୋଗ ଆଣିଥିଲା । ଖଦୀ ଗ୍ରାମୋଦ୍ୟୋଗ ମୁଖ୍ୟ ଥିବାବେଳେ ସକ୍ସେନା ୧,୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ବୋଲି ଆପ୍ ଅଭିଯୋଗ କରିଛି। ଉପରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରି ଆମ୍ ଆଦମୀ ପାର୍ଟି ଦ୍ୱାରା ପ୍ରସ୍ତୁତ ଏହା ଏକ ମିଛ କାହାଣୀ ବୋଲି କହିଥିଲେ ।

ଏହି ମାମଲା ବିଚାରାଧୀନ ରହିଥିବାରୁ ଉପରାଜ୍ୟପାଳଙ୍କ ବିରୋଧରେ ଏ ବାବଦରେ କୌଣସି ଟିପ୍ପଣୀ ପ୍ରକାଶ ନ କରିବାକୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଆପ୍ ସରକାରକୁ କହିଛନ୍ତି। ଆପ୍ ନେତାମାନଙ୍କ ଦ୍ବାରା ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ଅପପ୍ରଚାର ରୋକିବାକୁ ଉପରାଜ୍ୟପାଳ ସକ୍ସେନା ଦିଲ୍ଲୀ ହାଇକୋର୍ଟକୁ ନିବେଦନ କରିଥିଲେ।