ସରକାରୀ ବିଜ୍ଞାପନରେ ରାଜନୈତିକ ପ୍ରଚାର: ଆମ୍ ଆଦମୀ ପାର୍ଟିରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ | News Room Odisha

ସରକାରୀ ବିଜ୍ଞାପନରେ ରାଜନୈତିକ ପ୍ରଚାର: ଆମ୍ ଆଦମୀ ପାର୍ଟିରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜ୍ଞାପନ ପାଇଁ ସରକାରୀ ପାଣ୍ଠିର ଅପବ୍ୟବହାର ମାମଲାରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଶାସକ ଆମ୍ ଆଦମୀ ପାର୍ଟି (ଏଏପି) ରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ବିଜ୍ଞାପନ ଆଳରେ ଆମ୍ ଆଦମୀ ପାର୍ଟି ରାଜନୈତିକ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

ଏହି ମାମଲାରେ ଅଗଷ୍ଟ ୨୦୧୬ର କୋର୍ଟ ଆଦେଶ ଅନୁଯାୟୀ, ଉପରାଜ୍ୟପାଳ ସକ୍ସେନା ହାଇକୋର୍ଟଙ୍କ ଦ୍ୱାରା ଗଠିତ ତିନିଜଣିଆ ମନିଟରିଂ କମିଟିକୁ ବିଜ୍ଞାପନରେ ଆପ୍ ସରକାର କରିଥିବା ଖର୍ଚ୍ଚର ଆକଳନ କରିବାକୁ କହିଥିଲେ। ଦିଲ୍ଲୀ ବାହାରେ ଗଣମାଧ୍ୟମରେ ବିଜ୍ଞାପନ ଦେବା, ବିଜ୍ଞାପନରେ ‘ଆପ୍’ ଉଲ୍ଲେଖ କରିବା, ଅନ୍ୟ ରାଜ୍ୟରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ ମତ ପ୍ରକାଶ କରିବା ତଥା ସରକାରୀ ବିଜ୍ଞାପନରେ ବିରୋଧୀଙ୍କୁ ଟାର୍ଗେଟ କରିବା ନେଇ କମିଟି କେଜ୍ରିୱାଲ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।