ନୁପୂର ଶର୍ମା ଓ ପରିବାରକୁ ସୁରକ୍ଷା ଯୋଗାଇଲା ଦିଲ୍ଲୀ ପୋଲିସ | News Room Odisha

ନୁପୂର ଶର୍ମା ଓ ପରିବାରକୁ ସୁରକ୍ଷା ଯୋଗାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ପୂର୍ବତନ ବିଜେପି ମୁଖପାତ୍ର ନୁପୂର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇ ଦେଇଛି।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ମିଳୁଛି ବୋଲି ନୁପୂର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା ​​ଏବଂ ଏବେ ନୁପୂର ଶର୍ମା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦିଆଯାଇଛି।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ର ଗୁଡ଼ିକ କଡ଼ା ଆପତ୍ତି ଜଣାଇବା ପରେ ବିଜେପି ଗତ ରବିବାର ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏବଂ ଦିଲ୍ଲୀ ଶାଖାର ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।