ଦିଲ୍ଲୀରେ ଡେଙ୍ଗୁ ଅଣାୟତ୍ତ, ଭାଙ୍ଗିଲା ପାଞ୍ଚ ବର୍ଷର ରେକର୍ଡ | News Room Odisha

ଦିଲ୍ଲୀରେ ଡେଙ୍ଗୁ ଅଣାୟତ୍ତ, ଭାଙ୍ଗିଲା ପାଞ୍ଚ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏଥର ଡେଙ୍ଗୁର ରେକର୍ଡ ମାମଲା ରିପୋର୍ଟ ହୋଇଛି। ସଦ୍ୟତମ ସୂଚନା ଅନୁଯାୟୀ, ଚଳିତ ବର୍ଷ ଏଯାବତ୍ ୫,୨୭୭ ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି । ଜାତୀୟ ରାଜଧାନୀରେ କେବଳ ଗତ ସପ୍ତାହକ ମଧ୍ୟରେ ୨୫୬୯ଟି ମାମଲା ଚିହ୍ନଟ ହୋଇଛି। ଡେଙ୍ଗୁ ଆକଳନ ବିଷୟରେ କହିବାକୁ ଗଲେ ଏଥର ସର୍ବାଧିକ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଛି।

୨୦୨୦ରେ ସମୁଦାୟ ୧୦୭୨ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୧୯ରେ ୨୦୩୬, ୨୦୧୮ରେ ୨୭୯୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୭ରେ ଏହି ସଂଖ୍ୟା ଥିଲା ୪୭୨୬ ଏବଂ ୨୦୧୬ରେ ୪,୪୩୧ ମାମଲା ରୁଜୁ ହୋଇଥିଲା | ସୋମବାର ଦିନ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ନଭେମ୍ବର ୧୩ ପର୍ଯ୍ୟନ୍ତ
ଡେଙ୍ଗୁର ୩୭୪୦ ମାମଲା ରେକର୍ଡ ହୋଇଥିଲା। ଚଳିତ ବର୍ଷ ଡେଙ୍ଗୁ ଯୋଗୁଁ ଏଯାବତ୍ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।