ଜ୍ଞାନବାପି ଶିବଲିଙ୍ଗ ଉପରେ ବିବାଦୀୟ ପୋଷ୍ଟ ପାଇଁ ଗିରଫ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ମିଳିଲା ଜାମିନ | News Room Odisha

ଜ୍ଞାନବାପି ଶିବଲିଙ୍ଗ ଉପରେ ବିବାଦୀୟ ପୋଷ୍ଟ ପାଇଁ ଗିରଫ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ଉପରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହିନ୍ଦୁ କଲେଜର ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ ଜାମିନ ମିଳିଛି । ଦିଲ୍ଲୀ ପୋଲିସ୍ ରତନ ଲାଲଙ୍କୁ ଆଜି ତିସ୍ ହାଜାରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ।

ବାରାଣସୀର ଜ୍ଞାନବାପି ମସଜିଦରେ ସର୍ଭେ ବେଳେ ହିନ୍ଦୁ ପକ୍ଷ ଶିବଲିଙ୍ଗ ମିଳିଥିବା ଦାବି କରିଥିଲା । ଏହା ଉପରେ ପ୍ରଫେସର ରତନ ଲାଲ ଫେସବୁକରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ପ୍ରଫେସର ରତନ ଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ। ଶୁକ୍ରବାର ରାତିରେ ଦିଲ୍ଲୀ ପୋଲିସ ରତନ ଲାଲଙ୍କୁ ଗିରଫ କରିଥିଲା ।