ବିଶ୍ୱକପ ଜିତିବାକୁ ଭାରତୀୟ ହକି ଦଳ ସକ୍ଷମ: ଦିଲୀପ ତିର୍କୀ | News Room Odisha

ବିଶ୍ୱକପ ଜିତିବାକୁ ଭାରତୀୟ ହକି ଦଳ ସକ୍ଷମ: ଦିଲୀପ ତିର୍କୀ

ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ତଥା ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି ଯେ ଭାରତୀୟ ଦଳରେ ବହୁତ ଭଲ ଖେଳାଳି ଅଛନ୍ତି ଓ ଏହି ଦଳ ୪୭ ବର୍ଷ ପରେ ବିଶ୍ୱକପ ଜିତିବାକୁ ବେଶ୍ ସକ୍ଷମ।

ଭାରତ କେବଳ ଥରେ ୧୯୭୫ ମସିହାରେ କୁଆଲାଲମ୍ପୁରରେ ବିଶ୍ୱକପ୍ ଜିତିଥିଲା।

ଆୟୋଜକ ହୋଇଥିବାରୁ ଭାରତ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ‘ପୋଡିୟମ’ ଫିନିଶ୍ କରିବାକୁ ସୁବର୍ଣ୍ଣ ସୁଯୋଗ ପାଇବ ।

ତିର୍କୀ କହିଛନ୍ତି, “ବର୍ତ୍ତମାନର ଭାରତୀୟ ପୁରୁଷ ଦଳ ଆତ୍ମବିଶ୍ୱାସୀ ଏବଂ ନିକଟ ଅତୀତରେ ସେମାନଙ୍କ ପ୍ରଦର୍ଶନରେ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ମୁଁ ନିଶ୍ଚିତ ଯେ ସେମାନେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ। ”
ସେ କହିଛନ୍ତି, “ମୁଁ ଚାହୁଁଛି ଭାରତୀୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁ ଓ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ଖେଳୁ। ଆମ ଦଳରେ ଅନେକ ଭଲ ଖେଳାଳି ଅଛନ୍ତି |

୨୦୦୪ରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ତିର୍କି କହିଛନ୍ତି, “ମୁଁ ୧୯୯୮ରେ ମୋର ପ୍ରଥମ ବିଶ୍ୱକପ୍ ଖେଳିଥିଲି। ଏହା ମୋ ପାଇଁ ଗୌରବର ବିଷୟ ଯେ ମୁଁ ବିଶ୍ୱକପ ଦଳର ଏକ ଅଂଶବିଶେଷ ଥିଲି। ଭାରତୀୟ ଦଳର ନେତୃତ୍ଵ ନେବା ମଧ୍ୟ ମୋ ପାଇଁ ଏକ ଚମତ୍କାର ଅନୁଭୂତି ଥିଲା |