ହୋଲି ପୂର୍ବରୁ ମହଙ୍ଗା ମାଡ଼, ବଢିଲା ଘରୋଇ ଏଲପିଜି ଦର | News Room Odisha

ହୋଲି ପୂର୍ବରୁ ମହଙ୍ଗା ମାଡ଼, ବଢିଲା ଘରୋଇ ଏଲପିଜି ଦର

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଏବଂ ତିନି ରାଜ୍ୟର ନିର୍ବାଚନ ପରେ ପରେ ସାଧାରଣ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କେଜି) ଦର ୫୦ ଟଙ୍କା ବୃଦ୍ଧି କରାଯାଇଛି |

ସେହିପରି ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ବି ବଢ଼ିଛି । କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଏକାଥରକେ ୩୫୦.୫୦ ଟଙ୍କା ବୃଦ୍ଧି କରାଯାଇଛି। ଆଜିଠୁ ସମଗ୍ର ଦେଶରେ ନୂଆ ଦର ଲାଗୁ ହୋଇଛି ।