ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଡୋନାଲଡ୍ ଟ୍ରମ୍ପ | News Room Odisha

ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଡୋନାଲଡ୍ ଟ୍ରମ୍ପ

ଓସଲୋ – ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ନାମାଙ୍କିତ କରାଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ଓ ଇସ୍ରାଏଲ୍ ମଧ୍ୟରେ ଐତିହାସିକ ଶାନ୍ତି ରାଜିନାମା କ୍ଷେତ୍ରରେ ଭୂମିକା ପାଇଁ ଟ୍ରଂପଙ୍କୁ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିବା ନରୱେ ସାଂସଦ ଖ୍ରୀଷ୍ଟିଅନ ଟାଇବ୍ରିଂଗ୍ କହିଛନ୍ତି । ସେ ହିଁ ଟ୍ରଂପଙ୍କ ନାଁ ଶାନ୍ତି ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ।

ଗତମାସରେ ଏକ ଐତିହାସିକ ରାଜିନାମା ଦ୍ୱାରା ସଂଯୁକ୍ତ ଆରବ ଏମିରେଟ୍ସ ଓ ଇସ୍ରାଏଲ ଦ୍ୱିପାକ୍ଷିକ ସଂପର୍କ ସ୍ୱାଭାବିକ କରିବାକୁ ନିଷ୍ପତି ନେଇଥିଲେ । ଏହି ଐତିହାସିକ ରାଜିନାମା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରମୁଖ ଭୂମିକା ଥିବା ସାଂସଦ ଟାଇବ୍ରିଙ୍ଗ୍ କହିଛନ୍ତି ।