ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ରାଉଣ୍ଡ ଗଣତି ଶେଷ, ଦ୍ରୌପଦୀ ମୁର୍ମୁ ଅଗ୍ରଣୀ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ରାଉଣ୍ଡ ଗଣତି ଶେଷ, ଦ୍ରୌପଦୀ ମୁର୍ମୁ ଅଗ୍ରଣୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ସକାଳ ୧୧ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। କଡା ସୁରକ୍ଷା ମଧ୍ୟରେ ସଂସଦ ଗୃହ କମ୍ପ୍ଲେକ୍ସରେ ଜାରି ରହିଥିବା ଭୋଟ ଗଣତିର ପ୍ରଥମ ରାଉଣ୍ଡ ଶେଷ ହୋଇଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁ ୫୪୦ ଭୋଟ୍ ପାଇ ଆଗୁଆ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ ତଥା ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ୨୦୮ ଭୋଟ ପାଇଥିବା ବେଳେ ୧୫ ଭୋଟକୁ ଅବୈଧ ଘୋଷଣା କରାଯାଇଛି ।

ଭୋଟ୍ ଗଣତି ସମୟରେ ମୋଟ ୭୪୮ ଭୋଟ୍ ବୈଧ ବିବେଚିତ ହୋଇଛି । ସାଂସଦଙ୍କ ମୋଟ ଭୋଟର ମୂଲ୍ୟ ହେଉଛି ୫,୨୩,୬୦୦ । ସେଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ପ୍ରଥମ ରାଉଣ୍ଡ ସୁଦ୍ଧା ୫୪୦ ଭୋଟ୍ ଅର୍ଥାତ୍ ୩,୭୮,୦୦୦ ଭୋଟ୍ ପାଇଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ୨୦୮ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ହେଉଛି ୧,୪୫,୬୦୦ । ସାଂସଦଙ୍କ ଭୋଟ୍ ପରେ ବିଭିନ୍ନ ରାଜ୍ୟ ବିଧାନସଭା ସଦସ୍ୟଙ୍କ ଭୋଟ୍ ଗଣତି କରାଯିବ।