ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ | News Room Odisha

ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ

ପୁଣେ: ମହାରାଷ୍ଟ୍ରର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ) ହନି ଟ୍ରାପ୍ ମାମଲାରେ ଜଣେ ଡିଆରଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛି । ଗିରଫ ବୈଜ୍ଞାନିକ ହେଉଛନ୍ତି ପ୍ରଦୀପ କୁରୁଲକର ‌‌। ଏହି ଅଧିକାରୀ ଜଣକ ହନିଟ୍ରାପରେ ଫସି ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ। ଅଭିଯୁକ୍ତ ଅଧିକାରୀ ମିସାଇଲ୍ କାର୍ଯ୍ୟକ୍ରମ ସହ ଡିଆରଡିଓର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରିଛନ୍ତି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ବରିଷ୍ଠ ଅଧିକାରୀ ଏଟିଏସକୁ କହିଛନ୍ତି ଯେ ଡିଆରଡିଓରୁ ଏନେଇ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରାଯାଇଥିଲା । ଗୁରୁବାର ତାଙ୍କୁ ପୁଣେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଏଟିଏସ୍ ହାଜତକୁ ପଠାଇଛନ୍ତି ।