ରାଷ୍ଟ୍ରପତି ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବି ଦ୍ରୌପଦୀ ମୁର୍ମୁ ଅଗ୍ରଣୀ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବି ଦ୍ରୌପଦୀ ମୁର୍ମୁ ଅଗ୍ରଣୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । ଆଉ କିଛି ସମୟ ପରେ ଭାରତର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବ ଚିତ୍ର ସ୍ପଷ୍ଟ ହୋଇଯିବ । ଇତି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ପରେ ବି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ପ୍ରତିଦ୍ବନ୍ଦୀ ଯଶଓ୍ବନ୍ତ ସିହ୍ନାଙ୍କ ଠାରୁ ବହୁ ଆଗରେ ଅଛନ୍ତି । ଦ୍ରୌପଦୀଙ୍କୁ ମୋଟ ୧୩୪୯ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି।

ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀଙ୍କ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ପ୍ରଥମେ ୧୦ଟି ରାଜ୍ୟର ବାଲାଟ ପେପର କ୍ରମାନ୍ୱୟରେ ଗଣାଯାଇଥିଲା। ଏଥିମଧ୍ୟରୁ ମୋଟ ୧୧୩୮ ବୈଧ ଭୋଟ୍ ପଡ଼ିଛି ଯାହାର ମୂଲ୍ୟ ୧,୪୯,୫୭୫ । ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧,୦୫,୨୯୯ ଏବଂ ଯଶୱନ୍ତ ସିହ୍ନାଙ୍କୁ ୩୨୯ ତଥା ୪୪,୨୭୬ ମୂଲ୍ୟର ଭୋଟ୍ ମିଳିଛି ।

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ସାଂସଦ ମାନଙ୍କ ଭୋଟ୍ ଗଣନା ହୋଇଥିଲା । ଏଥିରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ୍ ପାଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେବଳ ୨୦୮ ଭୋଟ୍ ମିଳିଥିଲା ।