ଟ୍ରେନରେ ମହିଳାଙ୍କ ମୁଣ୍ଡ ଉପରେ ପରିଶ୍ରା କଲେ ମଦୁଆ ଟିଟିଇ | News Room Odisha

ଟ୍ରେନରେ ମହିଳାଙ୍କ ମୁଣ୍ଡ ଉପରେ ପରିଶ୍ରା କଲେ ମଦୁଆ ଟିଟିଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ପରେ ଏବେ ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା ମାମଲା ସାମ୍ନାକୁ ଆସିଛି। ଟ୍ରେନରେ ଜଣେ ଟିଟିଇ ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି । ଟିଟିଇ ମଦ ନିଶାରେ ଏପରି କରିଥିଲେ ​​| ଅଭିଯୁକ୍ତ ଟିଟିଇଙ୍କୁ ଗିରଫ କରାଯାଇଛି ।

ଏହି ଘଟଣା ରବିବାର (ମାର୍ଚ୍ଚ ୧୨, ୨୦୨୩) ଅକାଲ୍ ତଖ୍ତ ଏକ୍ସପ୍ରେସ (୧୨୩୧୭)ର କୋଚ୍ ନମ୍ବର ଏ-୧ରେ ଘଟିଥିଲା | ଜଣେ ମହିଳା ତାଙ୍କ ସ୍ୱାମୀ ତଥା ଡେପୁଟି ଷ୍ଟେସନ ସୁପରିଟେଣ୍ଡେଣ୍ଟ ରାଜେଶ କୁମାରଙ୍କ ସହ ଏହି ଟ୍ରେନରେ ଯାତ୍ରା କରୁଥିଲେ। ଦୁହେଁ ଅମୃତସରରୁ କୋଲକାତା ଯାଉଥିଲେ। ଜିଆରପି ଅଧିକାରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଜଣେ ଟିଟିଇ ମଦ ନିଶାରେ ମହିଳାଙ୍କ ମୁଣ୍ଡରେ ପରିସ୍ରା କରି ଦେଇଥିଲେ ​​| ସେତେବେଳେ ମହିଳା ଜଣକ ଶୋଇଥିଲେ । ଟ୍ରେନ୍ ଲକ୍ଷ୍ନୌ ଠାରୁ ପ୍ରାୟ ଦୁଇ ଘଣ୍ଟା ଦୂରରେ ଥିଲା ଏବଂ ସମୟ ରାତି ପ୍ରାୟ ୧୨.୩୦ ବେଳେ ଏହି ଘଟଣା ଘଟିଥିଲା | ଯେତେବେଳେ ମହିଳା ଜଣକ ଏହା ଜାଣିପାରି ପାଟି କରିଥିଲେ, ଅନ୍ୟ ଯାତ୍ରୀମାନେ ସେଠାରେ ପହଞ୍ଚି ଟିଟିଇକୁ କାବୁ କରିଥିଲେ ।

ଅଭିଯୁକ୍ତ ଟିଟିଇ ବିହାରର ମୁନ୍ନା କୁମାର ବୋଲି ଜଣାପଡିଛି। ଏହି ଘଟଣା ପରେ ଟିଟିଇକୁ ଚାରବାଗ ରେଳ ଷ୍ଟେସନରେ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା । ଡ୍ୟୁଟି ପରେ ତାଙ୍କୁ ସାହାରନପୁର ଜଙ୍କସନରେ ଓହ୍ଲାଇବର ଥିଲା । ହେଲେ ମଦ ନିଶାରେ ସେ ତାଙ୍କ ହିତାହିତ ଜ୍ଞାନ ହରାଇ ଜେଲ୍ ଯାଇଥିଲେ ।

ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଜିଆରପି ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ ଅଭିଯୁକ୍ତ ଟିଟିଇଙ୍କୁ ଗିରଫ କରିଥିଲା | ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୫୨, ୩୫୪-ଏ ଏବଂ ୫୦୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହାପୂର୍ବରୁ ଆମେରିକାରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ମଦ୍ୟପ ପୁରୁଷ ଯାତ୍ରୀ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଏହି ମାମଲା ଗତ ବର୍ଷ ନଭେମ୍ବର ୨୬ ତାରିଖରେ ଘଟିଥିଲା କିନ୍ତୁ ଜାନୁଆରୀରେ ଜଣାପଡ଼ିଥିଲା । ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଉପରେ ଏୟାର ଇଣ୍ଡିଆ ୩୦ ଦିନ ଯାତ୍ରା କଟକଣା ବି ଲଗାଇଥିଲା ।