ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିବା ବେଳେ ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ନାହିଁ । ଅରୁଣାଚଳର ଚାଙ୍ଗଲାଙ୍ଗରେ ଗତ ଗୁରୁବାର ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।