ଅରୁଣାଚଳ ପ୍ରଦେଶ, ମିଜୋରାମରେ ଭୂମିକମ୍ପର କ୍ରମାଗତ ଝଟକା | News Room Odisha

ଅରୁଣାଚଳ ପ୍ରଦେଶ, ମିଜୋରାମରେ ଭୂମିକମ୍ପର କ୍ରମାଗତ ଝଟକା

ନୂଆଦିଲ୍ଲୀ:ଆଜି ଭୋର୍ ପ୍ରାୟ ୪:୩୦ ସମୟରେ ଅରୁଣାଚଳ ପ୍ରଦେଶର ଉତ୍ତର ପଶ୍ଚିମ ଅଞ୍ଚଳର ବସାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଆକଳନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନିର ସୂଚନା ନାହିଁ।

ଅନ୍ୟପକ୍ଷରେ ଉତ୍ତର-ପୂର୍ବ ଭାରତର ମିଜୋରାମର ନଗୋପୋରେ ୪.୩ ପଏଣ୍ଟ ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା | ଏନେଇ ଏନସିଏସ୍ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନଗୋପୋର ପୂର୍ବଠାରୁ ୪୬ କିଲୋମିଟର ଗଭୀରରେ ଥିଲା।

ଅରୁଣାଚଳ ପ୍ରଦେଶରେ ଭୂକମ୍ପର କେନ୍ଦ୍ରସ୍ଥଳ ବେସରଠାରୁ ୧୪୮ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରତାରେ ଥିଲା। ଉତ୍ତର ପୂର୍ବରେ ଗୋଟିଏ ପରେ ଗୋଟିଏ କମ୍ ତୀବ୍ରତା ସମ୍ପନ୍ନ ଭୂକମ୍ପ ପରେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।