ବିହାର: ମନି ଲଣ୍ଡରିଂ ମାମଲାରେ ଜେଡିୟୁ ଏମଏଲସିଙ୍କୁ ବାନ୍ଧିଲା ଇଡି | News Room Odisha

ବିହାର: ମନି ଲଣ୍ଡରିଂ ମାମଲାରେ ଜେଡିୟୁ ଏମଏଲସିଙ୍କୁ ବାନ୍ଧିଲା ଇଡି

ପାଟନା: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ଶାସକ ଜେଡିୟୁର ବିଧାନ ପରିଷଦ ସଦସ୍ୟ ରାଧା ଚରଣ ଶାହାଙ୍କୁ ଆରା ସ୍ଥିତ(ଭୋଜପୁର ଜିଲ୍ଲା) ତାଙ୍କ ଘରୁ ଗିରଫ କରିଛି। ଶାହାଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି।

ଜଣେ ଇଡି ଅଧିକାରୀ କହିଛନ୍ତି, ରାଧା ଚରଣ ଶାହାଙ୍କୁ ପିଏମ୍ଏଲ୍ଏ ଆଇନ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ)ର କଡ଼ା ଧାରା ଅନୁଯାୟୀ ଗିରଫ କରାଯାଇଛି।

ଇଡି ମେ ୬ରେ ମଧ୍ୟ ରାଧା ଚରଣ ଶାହା ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ଘରେ ତଲାସି କରିଥିଲା। ଅନ୍ୟ ବ୍ୟବସାୟ ବ୍ୟତୀତ ରାଧା ଚରଣ ଶାହାଙ୍କ ହୋଟେଲ ଓ ରିସର୍ଟ ବ୍ୟବସାୟ ରହିଛି । ସେ କିଛି ସ୍କୁଲ ମଧ୍ୟ ଚଳାନ୍ତି |

ଅଗଷ୍ଟ ୨୮ରେ ଇଡି ତାଙ୍କୁ ଏବଂ ତାଙ୍କ ପୁଅକୁ ଜେରା ପାଇଁ ଡକାଇଥିଲା । ତାଙ୍କୁ ୧୫ ଦିନ ମଧ୍ୟରେ ପାଟନାରେ ଥିବା ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।ଉଭୟଙ୍କୁ ବହୁ ସମୟ ଧରି ପଚରାଉଚରା କରାଯାଇଥିଲା। ଫେବୃଆରୀ ୭ରେ ଆୟକର ବିଭାଗ ମଧ୍ୟ ତାଙ୍କ ମାଲିକାନାରେ ଥିବା ଅନେକ ସ୍ଥାନ ଉପରେ ଚଢ଼ାଉ କରିଥିଲା।