ହିରୋ ମୋଟୋକର୍ପ ମୁଖ୍ୟଙ୍କ ବିରୋଧରେ ଇଡି ଆକ୍ସନ, ୨୫ କୋଟିର ସମ୍ପତ୍ତି ଜବତ | News Room Odisha

ହିରୋ ମୋଟୋକର୍ପ ମୁଖ୍ୟଙ୍କ ବିରୋଧରେ ଇଡି ଆକ୍ସନ, ୨୫ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ହିରୋ ମୋଟୋକର୍ପର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଓ ଅଧ୍ୟକ୍ଷ ପୱନ କୁମାର ମୁଞ୍ଜାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀରେ ମୁଞ୍ଜାଲଙ୍କ ପ୍ରାୟ ୨୫ କୋଟିର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ଏଯାବତ୍ ମୁଞ୍ଜାଲଙ୍କ ମୋଟ ୫୦ କୋଟି ମୂଲ୍ୟର ସମ୍ପତ୍ତି ଜବତ ତଥା ବାଜ୍ୟାପ୍ତ କରାଯାଇଥିବା କହିଛି ଇଡି ।

ଦୁଇ ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ପୱନ ମୁଞ୍ଜାଲଙ୍କ ଘରେ ଚଢ଼ାଉ କରିଥିଲା। ଆୟକର ବିଭାଗ ମଧ୍ୟ ଗତ ବର୍ଷ ମାର୍ଚ୍ଚରେ ମୁଞ୍ଜାଲଙ୍କ ଘରେ ଟିକସ ଫାଙ୍କି ନେଇ ତଦନ୍ତ କରିଥିଲା।