ତାମିଲନାଡୁ ମନ୍ତ୍ରୀ ବାଲାଜୀଙ୍କ ବିରୋଧରେ ପୁଣି ଇଡି ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ | News Room Odisha

ତାମିଲନାଡୁ ମନ୍ତ୍ରୀ ବାଲାଜୀଙ୍କ ବିରୋଧରେ ପୁଣି ଇଡି ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ

ଚେନ୍ନାଇ: ମନି ଲଣ୍ଡରିଂ ମାମଲାରେ ତାମିଲନାଡୁର ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଏବଂ ଅନ୍ୟମାନଙ୍କ ବିରୋଧରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ତଲାସି କରିଛି ।

ଏହି ମାମଲାରେ କିଛି ସଂସ୍ଥା ସହ ଜଡିତ ସ୍ଥାନ ତଥା ବେନାମିଦାରଙ୍କ (ଯେଉଁମାନଙ୍କ ନାମରେ ବେନାମୀ ସମ୍ପତ୍ତି ରହିଛି) କୋଏମ୍ବାଟୁର ଏବଂ କରୁର ସ୍ଥିତ ଠିକଣାରେ ଚଢ଼ାଉ କରିଛି ଇଡି ।

ତାମିଲନାଡୁ ପରିବହନ ବିଭାଗରେ ଚାକିରି ବଦଳରେ ଲାଞ୍ଚ ମାମଲାରେ ବାଲାଜୀଙ୍କୁ ଜୁନ୍ ୧୪ରେ ଇଡି ଗିରଫ କରିଥିଲା। ଗିରଫ ପରେ ମଧ୍ୟ ବାଲାଜୀ ତାମିଲନାଡୁ ସରକାରରେ ଜଣେ ମନ୍ତ୍ରୀ ଅଛନ୍ତି । କିନ୍ତୁ ତାଙ୍କ ପାଖରେ କୌଣସି ବିଭାଗ ନାହିଁ ।

ଏହି କେନ୍ଦ୍ରୀୟ ସଂସ୍ଥା ବୁଧବାର ସୁପ୍ରିମକୋର୍ଟଙ୍କୁ କହିଥିଲା ଯେ ତାଙ୍କୁ ନିଜ‌ ହାଜତରେ ଜେରା କରିବା ଅଧିକାରରୁ ସେନ୍ଥିଲ ବାଲାଜୀ ଇଡିକୁ ରୋକୁଛନ୍ତି । ଏହି ଡିଏମକେ ନେତା ତଥା ତାଙ୍କ ପତ୍ନୀଙ୍କୁ ଗିରଫ ବିରୋଧରେ ଆବେଦନ ଉପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ସୁପ୍ରିମକୋର୍ଟରେ ଦୁଇଟି ପୃଥକ ଆବେଦନ କରିଥିଲେ।