ମନି ଲଣ୍ଡରିଂ ମାମଲାରେ ନଓ୍ବାବ ମଲିକଙ୍କୁ ଇଡିର ଜେରା | News Room Odisha

ମନି ଲଣ୍ଡରିଂ ମାମଲାରେ ନଓ୍ବାବ ମଲିକଙ୍କୁ ଇଡିର ଜେରା

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନଓ୍ବାବ ମଲିକଙ୍କୁ ଅଣ୍ଡରଓ୍ବାର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରୁଛି। ସୂଚନାନୁସାରେ, ଇଡି ଅଧିକାରୀମାନେ ସକାଳ ପ୍ରାୟ ୬ଟାରେ ନଓ୍ବାବ ମଲିକଙ୍କ ବାସଭବନରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଘରେ ପଚରାଉଚରା କରିବା ପରେ ଅଧିକାରୀମାନେ ନବାବ ମଲିକଙ୍କୁ ସାଙ୍ଗରେ ପ୍ରାୟ ୭:୩୦ ସମୟରେ ଇଡି କାର୍ଯ୍ୟାଳୟକୁ ନେଇଥିଲେ। ଇଡି କାର୍ଯ୍ୟାଳୟରେ ପୁଣି ତାକୁ ଜେରା କରାଯାଉଥିବା ଜଣାପଡିଛି।

ଅଣ୍ଡରୱାର୍ଲ୍ଡ ସହିତ ଲିଙ୍କ୍ ଥିବା ସଂପତ୍ତି ସଂପର୍କରେ ଇଡି ନବାବ ମଲିକଙ୍କୁ ସମନ କରିଥିଲା।