ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ତୃତୀୟ ସମନ, ଜାନୁଆରୀ ୩ରେ ହାଜର ହେବାକୁ କହିଲା | News Room Odisha

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ତୃତୀୟ ସମନ, ଜାନୁଆରୀ ୩ରେ ହାଜର ହେବାକୁ କହିଲା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି ଇଡି। ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଜାନୁଆରୀ ୩ରେ ଜେରା ପାଇଁ ହାଜର ହେବାକୁ କହିଛି। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଏହା ହେଉଛି ଇଡିର ତୃତୀୟ ସମନ।
ଏହା ପୂର୍ବରୁ ଇଡି ନଭେମ୍ବର ୨ ଓ ଡିସେମ୍ବର ୨୧ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନୋଟିସ୍ ପଠାଇଥିଲା । ହେଲେ ସେ ଦୁଇଥର ଯାକ କେନ୍ଦ୍ରୀୟ ସଂସ୍ଥାର ନୋଟିସକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ହାଜର ହୋଇନଥିଲେ  ।