ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଇଡି ସମନ | News Room Odisha

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଇଡି ସମନ

ରାଞ୍ଚି : ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ସମନ ଜାରି କରିଛି ଇଡି । ତାଙ୍କୁ ଅଗଷ୍ଟ ୨୪ରେ ଜେରା ପାଇଁ ହାଜର ହେବାକୁ କୁହାଯାଇଛି । ଏହାପୂର୍ବରୁ ଅଗଷ୍ଟ ୧୪ରେ ଇଡି ସୋରେନଙ୍କୁ ସମନ କରିଥିଲା । କିନ୍ତୁ କିଛି ଜରୁରୀ କାର୍ଯ୍ୟ ଦର୍ଶାଇ ସୋରେନ୍ ହାଜର ହୋଇନଥିଲେ। ଏବେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ସାନି ସମନ ଜାରି କରିଛି ।

ଜମି ଦୁର୍ନୀତି ଓ ବେଆଇନ ଖଣି ମାମଲାରେ ହେମନ୍ତ ସୋରେନ୍ ଇଡି ସ୍କାନରରେ ଅଛନ୍ତି |

ଜମି ଦୁର୍ନୀତି ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରଧାନ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଛବି ରଞ୍ଜନ, ରାଞ୍ଚିର ପୂର୍ବତନ ଡେପୁଟି କମିଶନର, କୋଲକାତା ବ୍ୟବସାୟୀ ଅମିତ ଅଗ୍ରୱାଲ, ନ୍ୟୁକ୍ଲିୟସ୍ ମଲ୍ ମାଲିକ ବିଷ୍ଣୁ ଅଗ୍ରୱାଲ ଏବଂ ସି ଭାନୁପ୍ରତାପ ଅଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ କିଛି ରାଜନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା।