ଅବକାରୀ ଦୁର୍ନୀତି: ତିହାର ଜେଲରେ ସିସୋଦିଆଙ୍କୁ ଇଡିର ଜେରା | News Room Odisha

ଅବକାରୀ ଦୁର୍ନୀତି: ତିହାର ଜେଲରେ ସିସୋଦିଆଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତିହାର ଜେଲରେ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି।

ସୂଚନା ଅନୁଯାୟୀ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥା ସୋମବାର ସନ୍ଧ୍ୟାରେ ହାଇଦ୍ରାବାଦର ମଦ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ଗିରଫ କରିଛି।

ମନି ଲଣ୍ଡରିଂ ଆଇନ ଅଧୀନରେ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ଇଡି ଅଧିକାରୀମାନେ ଆଜି ତିହାର ଜେଲରେ ପହଞ୍ଚିଥିଲେ।

ଅବକାରୀ ନୀତି ୨୦୨୧-୨୨ ଅନିୟମିତତା ଅଭିଯୋଗରେ ସିସୋଦିଆଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା ​​। ସିସୋଦିଆ ସମ୍ପ୍ରତି ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି।