ଇନଷ୍ଟାଣ୍ଟ ଲୋନ୍ ଆପ୍ ବିରୋଧରେ ଇଡିର ଆକ୍ସନ୍: ରେଜରପେ, ପେଟିଏମ୍ ଏବଂ କ୍ୟାଶଫ୍ରି ଉପରେ ଚଢାଉ | News Room Odisha

ଇନଷ୍ଟାଣ୍ଟ ଲୋନ୍ ଆପ୍ ବିରୋଧରେ ଇଡିର ଆକ୍ସନ୍: ରେଜରପେ, ପେଟିଏମ୍ ଏବଂ କ୍ୟାଶଫ୍ରି ଉପରେ ଚଢାଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନଲାଇନ୍ ପେମେଣ୍ଟ ଗେଟୱେ ରେଜରପେ, ପେଟିଏମ୍ ଏବଂ କ୍ୟାଶଫ୍ରି ଭଳି କମ୍ପାନୀ ଉପରେ ଚଢାଉ କରିଛି। ଚୀନର କିଛି ବେଆଇନ ଇନଷ୍ଟାଣ୍ଟ୍ ଲୋନ୍ ଆପ୍ ବିରୋଧରେ ତଦନ୍ତ ପରିପ୍ରେକ୍ଷୀରେ ଏହି ଚଢ଼ାଉ କରାଯାଇଛି । ଇଡି ଏକ ବିବୃତ୍ତିରେ କହିଛି ଯେ ସେପ୍ଟେମ୍ବର ୨ରେ ଚୀନର ଇନଷ୍ଟାଣ୍ଟ ଲୋନ୍ ଆପ୍ ମାମଲା ସହ ଜଡିତ ବେଙ୍ଗାଲୁରୁର ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଚଢ଼ାଉ ବେଳେ ମର୍ଚାଣ୍ଟ ଆଇଡି ଓ ଚୀନର ବ୍ୟକ୍ତିବିଶେଷଙ୍କ ଦ୍ୱାରା ନିୟନ୍ତ୍ରିତ ଏହି ଆପଗୁଡିକର ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥିବା ୧୭ କୋଟି ଟଙ୍କା ଜବତ କରାଯାଇଥିଲା ।