ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢ଼ାଉ | News Room Odisha

ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢ଼ାଉ

ନୂଆଦିଲ୍ଲୀ: ଇଡି ଆଜି ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଇଡି ଟିମ୍ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚି ତଲାସି ଆରମ୍ଭ କରିଛନ୍ତି। ଅମାନାତୁଲ୍ଲା ଖାନ ଦିଲ୍ଲୀ ବିଧାନସଭାରେ ଓଖଲାରୁ ବିଧାୟକ ଅଛନ୍ତ । ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି ଇଡି ।

ଦିଲ୍ଲୀ ୱାକଫ ବୋର୍ଡରେ ବେଆଇନ ନିଯୁକ୍ତି ସହ ଜଡିତ ଏକ ମାମଲାରେ ତାଙ୍କ ବିରୋଧରେ ପୂର୍ବରୁ ସିବିଆଇ ଓ ଦିଲ୍ଲୀର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ମାମଲା ରୁଜୁ କରିଥିଲେ । ଏବେ ଇଡି ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବିରୋଧରେ ସମ୍ଭାବ୍ୟ ମନି ଲଣ୍ଡରିଂ ନେଇ ଯାଞ୍ଚ୍ ଆରମ୍ଭ କରିଛି । ଅମାନତୁଲ୍ଲା ଖାନ୍ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ।