ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ସମନ, ନଭେମ୍ବର ୨ରେ ଜେରା ପାଇଁ ଡାକିଲା | News Room Odisha

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ସମନ, ନଭେମ୍ବର ୨ରେ ଜେରା ପାଇଁ ଡାକିଲା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରିଛି । ନଭେମ୍ବର ୨ରେ ଜେରା ପାଇଁ ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା । ଏହା ପୂର୍ବରୁ ଏପ୍ରିଲ ମାସରେ ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା।