କାର୍-ଟ୍ରକ୍ ଧକ୍କା, ୮ ମୃତ | News Room Odisha

କାର୍-ଟ୍ରକ୍ ଧକ୍କା, ୮ ମୃତ

ବରେଲି: ଉତ୍ତର ପ୍ରଦେଶର ବରେଲିରେ ଶନିବାର ବିଳମ୍ବିତ ରାତିରେ କାର୍-ଟ୍ରକ୍ ଧକ୍କା ଯୋଗୁଁ ଜଣେ ଶିଶୁ ସହ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର୍ । ଏହାପରେ କାରରେ ନିଆଁ ଲାଗିଯାଇଥିଲା। କାର୍ ସେଣ୍ଟ୍ରାଲ ଲକ୍ ହୋଇଯାଇଥିବାରୁ ଦୁର୍ଘଟଣା ପରେ କାର୍ ଭିତରେ ଥିବା ଯାତ୍ରୀ ବାହାରକୁ ଆସିପାରିନଥିଲେ ।

ବରେଲି ଏସପି ସୁଶୀଲ ଚନ୍ଦ୍ର ଭାନଙ୍କ ସୂଚନା ମୁତାବକ”କାର୍ ବିପରୀତ ଲେନରେ ଯାଇ ଟ୍ରକ ସହ ଧକ୍କା ହୋଇଥିଲା। ଭୋଜିପୁରା ନିକଟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। କାରଟି ଟ୍ରକ ସହ ଧକ୍କା ହେବା ପରେ ଜଳି ଯାଇଥିଲା। ପୋଲିସ କହିଛି ଯେ କାରରେ ଥିବା ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ ।