ନିର୍ମାଣାଧୀନ କୋଠାର ଲିଫ୍ଟ ଖସି ୮ ଶ୍ରମିକଙ୍କ ମୃତ୍ୟୁ | News Room Odisha

ନିର୍ମାଣାଧୀନ କୋଠାର ଲିଫ୍ଟ ଖସି ୮ ଶ୍ରମିକଙ୍କ ମୃତ୍ୟୁ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ସହରରେ ବୁଧବାର ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଖସି ପଡ଼ିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟ ପରିସରରେ ଏହି କୋଠା ନିର୍ମାଣ କରାଯାଉଥିଲା।

ଜୋନ୍ ଡେପୁଟି କମିଶନର ଲବିନା ସିହ୍ନା କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଲିଫ୍ଟ ସପ୍ତମ ମହଲାରୁ ହଠାତ୍ ତଳକୁ ଖସି ପଡିଥିଲା । ଏହି ଘଟଣାରେ ୮ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।