ଶରଦ ପାୱାରଙ୍କୁ ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବେ ନିର୍ବାଚନ କମିଶନଙ୍କ ମାନ୍ୟତା | News Room Odisha

ଶରଦ ପାୱାରଙ୍କୁ ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ଭାବେ ନିର୍ବାଚନ କମିଶନଙ୍କ ମାନ୍ୟତା

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ କମିଶନ ମଙ୍ଗଳବାର ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବୋଲି ଘୋଷଣା କରିଛନ୍ତି । ଏଥିସହ ଦଳ ଉପରେ ନିୟନ୍ତ୍ରଣ ନେଇ ଦାଦା-ପୁତୁରା ମଧ୍ୟରେ କିଛି ମାସ ଧରି ଚାଲିଥିବା ବିବାଦର ଅବସାନ ଘଟିଛି।

ଏକ ଆଦେଶରେ ନିର୍ବାଚନ କମିଶନ ଅଜିତ ପାୱାର ନେତୃତ୍ୱାଧୀନ ଗୋଷ୍ଠୀକୁ ଏନସିପିର ନିର୍ବାଚନ ପ୍ରତୀକ ‘କାନ୍ଥ ଘଣ୍ଟା’ ପ୍ରଦାନ କରିଛନ୍ତିି ।

ଆଗାମୀ ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିଜ ରାଜନୈତିକ ଦଳର ଏକ ନାମ ଦାବି କରିବା ଓ ତିନୋଟି ପ୍ରାଥମିକତା ପ୍ରଦାନ କରିବାକୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ଅଜିତ ପାୱାର ଗତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଅଧିକାଂଶ ଏନସିପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଜେପି-ଶିବସେନା ସରକାରରେ ସାମିଲ ହୋଇଥିଲେ।